ହାଡ଼ିଆପଠାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୬ ଲେନ୍ ବିଶିଷ୍ଟ ହେବ କଟକର ରିଂ ରୋଡ୍

କଟକ,ଏନ୍ଏନ୍ଏସ୍: କଟକ ଜିଲ୍ଲା ମହାନଦୀର ହାଡ଼ିଆପଠାରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପହଞ୍ଚିଛନ୍ତି। ପ୍ରସ୍ତାବିତ ଏସସିବି ମେଡ଼ିକାଲର ବିଶ୍ୱସ୍ତରୀୟ କ୍ୟାମ୍ପସ କରିବା ଓ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ପାଇଁ ପ୍ରକଳ୍ପର ସମୀକ୍ଷା କରିଛନ୍ତି।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କେତେକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କଟକର ଓଡ଼ିଆ ବଜାରସ୍ଥିତ ସଂଗ୍ରହାଳୟରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାପରେ ମହାନଦୀ ହାଡ଼ିଆପଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବିତ ଏସସିବିର ଦ୍ୱିତୀୟ କ୍ୟାମ୍ପସ ନେଇ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ କଟକର ଏସ୍ ସି ବି ମେଡିକାଲ୍ ବିଶ୍ବସ୍ତରୀୟ ହେବ। ଏହାର ମାର୍ଚ ମାସରୁ ଆରମ୍ଭ ହେବ। ଏନେଇ ଲୋକଙ୍କ ମତ ସଂଗ୍ରହ କରାଯିବ ବୋଲି କହିଥିଲେ। କଟକର ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ ହେବ ବୋଲି ବି ଘୋଷଣା କରିଥିଲେ। ଏସ୍ ସି ବି ମେଡିକାଲର ଦ୍ବିତୀୟ କ୍ୟାମ୍ପସ ନେଇ ଆଲୋଚନା ହୋଇଛି ବୋଲି ବି ସେ ସୂଚନା ଦେଇଥିଲେ।