ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଜି ପବିତ୍ର ଦଶହରା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।ମା’ଦୁର୍ଗାଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପବିତ୍ର ବିଜୟା ଦଶମୀ ତଥା ଦଶହରା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମା'ଦୁର୍ଗାଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ ଓ ସମୃଦ୍ଧିମୟ ହେଉ। #Dussehra2020 pic.twitter.com/QqsvWM4LeE
— Naveen Patnaik (@Naveen_Odisha) October 26, 2020