‘ବୁଲବୁଲ’ କ୍ଷତିଗ୍ରସ୍ତ ଅଞ୍ଚଳର ସର୍ବେକ୍ଷଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାତ୍ୟା ‘ବୁଲବୁଲ’ରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆକାଶ ମାର୍ଗରେ ସର୍ବେକ୍ଷଣ କରିବେ। ପରେ ସନ୍ଧ୍ୟାରେ ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କ୍ଷୟକ୍ଷତିର ଅନୁଧ୍ୟାନ କରିବେ।

ସୂଚନା ଅନୁସାରେ ସିଭିଅରିକ ସାଇକ୍ଲୋନିକ ଷ୍ଟ୍ରମ ବୁଲବୁଲ ଶନିବାର ଓଡ଼ିଶା ଉପକୂଳ ଅତିକ୍ରମ କରିଥିଲା। ଏଥିରେ ଓଡ଼ିଶାର ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ କ୍ଷତି ହେବା ସହ ଗଛ ଓ ଇଲେକ୍ଟ୍ରିକ ଖୁଣ୍ଟି ଉପୁଡ଼ି ପଡ଼ିଛି। ସେହିପରି ଧାନ ଚାଷ ମଧ୍ୟ ନଷ୍ଟ ହୋଇଥିବା ଜଣାଯାଇଛି।