ନନ୍ଦନକାନନର ବନ୍ଦ ଅବଧି ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀକୁ ନେଇ ସାରା ଦେଶ ଚିନ୍ତାରେ ରହିଥିବା ବେଳେ ବର୍ତ୍ତମାନ ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇଯାଇଛି। ଏହି ମଧ୍ୟରେ ଆଜି ପୁଣି ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମଣ। ସେହିପରି ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଏହି ଜାତୀୟ ଉଦ୍ୟାନକୁ ବନ୍ଦ କରିଦେଇଥିଲେ। ଏହାରି ମଧ୍ୟରେ ଆଜି ପୁଣି ଏହି ବନ୍ଦ ଅବଧିକୁ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ନନ୍ଦନକାନନ ସହିତ ବଟାନିକାଲ ଗାର୍ଡେନର ମଧ୍ୟ ବନ୍ଦ ଅବଧି ବୃଦ୍ଧି କରାଯାଇଛି।

ପରବର୍ତ୍ତୀ ନିର୍ଦ୍ଦେଶାନାମ ପର୍ଯ୍ୟନ୍ତ ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକ ବନ୍ଦ ରହିବ ବୋଲି କୁହାଯାଇଛି। ଏନେଇ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।