କାଷ୍ଟିଂ କାଉଚ ସମ୍ପର୍କରେ କହିଲେ ଚିତ୍ରାଙ୍ଗଦା

ଭୁବନେଶ୍ୱର,ଏନ୍ଏନ୍ଏସ୍ : କାଷ୍ଟିଂ କାଉଚ ବା ଯୌନ ଶୋଷଣ ବାବଦରେ ଯେଉଁ କେତେଜଣ ବଲିଉଡ ଅଭିନେତ୍ରୀ ଖୋଲାଖୋଲି ମତ ଦିଅନ୍ତି, ଚିତ୍ରାଙ୍ଗଦା ସିଂହ ସେମାନଙ୍କ ମଧ୍ୟରୁ ଜଣେ। ନିକଟରେ କାଷ୍ଟିଂ କାଉଚ ସମ୍ବନ୍ଧରେ ନିଜ ଅନୁଭବ ସେୟାର କରିଛନ୍ତି ଚିତ୍ରାଙ୍ଗଦା। ଏକ ସାକ୍ଷାତକାରରେ ସେ କହିଛନ୍ତି, ମହିଳାଙ୍କୁ ଯୌନ ଶୋଷଣ ବା କାଷ୍ଟିଂ କାଉଚ କଲା ଭଳି ପୁରୁଷ ସବୁ କ୍ଷେତ୍ରରେ ଅଛନ୍ତି। ମଡେଲିଂଠାରୁ ଆରମ୍ଭ କରି ବଲିଉଡ୍ରେ କାମ କରିବା ଭିତରେ ଅନେକ ଥର ତାଙ୍କୁ ଏଭଳି ଅସହଜ ପରିସ୍ଥିତିର ସାମ୍ନା ମଧ୍ୟ କରିବାକୁ ପଡ଼ିଛି। ଚିତ୍ରାଙ୍ଗଦାଙ୍କ ମତରେ କର୍ପୋରେଟ ଜଗତ ଭଲ ସ୍ଥାନ ନୁହେଁ। ତେବେ ବଲିଉଡ କାହାରି ଉପରେ ଚାପ ପକାଇବା ଭଳି ସ୍ଥାନ ନୁହେଁ। ଏଠାରେ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଓ ସମ୍ମାନ ରହିଛି। ଯୌନ ଶୋଷଣକୁ ପ୍ରଶ୍ରୟ ଦେଇନଥିବାରୁ ସେ ଅନେକ କାମ ହରେଇଛନ୍ତି। ତେବେ ଜଣେ ଏସବୁ ସହ ସାଲିସ କରିବ ନା ନିଜ ମର୍ଜିରେ ଜୀଇଁବ ତାହା ତା’ ଉପରେ ନିର୍ଭର କରେ ବୋଲି କହିଛନ୍ତି ଚିତ୍ରାଙ୍ଗଦା।