ଭୁବନେଶ୍ୱର,ଏନ୍ଏନ୍ଏସ୍: କଗ୍ରେସର ବିଧାୟକ ମୋକିମ ଖାନ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ସସପେଣ୍ଡ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକ ୨ ନେତାଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗ କରିଥିଲେ । ଏନେଇ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲା । କିନ୍ତୁ ଉଭୟଙ୍କଠାରୁ ପ୍ରାପ୍ତ ଉତ୍ତର ସନ୍ତୋଷଜନକ ନଥିଲା । ସେଥିପାଇଁ ଡିସିପ୍ଲିନାରୀ ଆକ୍ସନ କମିଟି (ଡିଆଇସି) ଉଭୟଙ୍କୁ ସସପେଣ୍ଡ କରିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏଆଇସିସର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସଦସ୍ୟ ତାରିକ ଅନୱାରଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି ।