ପୁଲିସ କବଜାରେ ଚିଲିକା ବିଧାୟକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଲିସ କବଜାରେ ରହିଛନ୍ତି । ଆହତ ଜଗଦ୍ଦେବ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ । ଏନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି । ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଉପସ୍ଥିତ ପୁୁଲିସ କର୍ମଚାରୀଙ୍କୁ ଡ୍ୟୁଟି କରିବାରେ ବାଧା ସୃଷ୍ଟି କରିବା ଓ ଉପସ୍ଥିତ ଲୋକଙ୍କୁ ଗୁରୁତର ଭାବେ ଆଘାତ ଦେବା ନେଇ ଦଫା ଲଗାଯାଇଛି ।

ସୂଚନାଯୋଗ୍ୟ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସାଧାରଣ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ । ଫଳରେ ୬ଜଣ ସାଧାରଣ ନାଗରିକ, ୧୦ଜଣ ପୁଲିସ କର୍ମୀ ଓ ୨ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ସର୍ବୋତ୍କୃଷ୍ଟ ଚିକିତ୍ସା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୂଚନା ପ୍ରଦାନ କରିଛନ୍ତି ।