ବିବାହ ବନ୍ଧନରେ ବାନ୍ଧି ହେଲେ ୨ ପ୍ରଶାସକ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରାଣା ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗୌହାଟ୍ଟୀର ଏକ ପଞ୍ଚତାରକା ହୋଟେଲରେ ପରିବାର ଓ କିଛି ଖାସ୍ ବନ୍ଧୁବର୍ଗଙ୍କ ଗହଣରେ ବିବାହ ସମ୍ପନ୍ନ ହୋଇଛି । ପୂର୍ବରୁ ମେହେନ୍ଦି ଫଙ୍କସନରେ ଉଭୟଙ୍କ ଡ୍ୟାନ୍ସ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା ।

ସୂଚନାଯୋଗ୍ୟ, ଗତ ଫେବୃଆରୀ ୧୯ରେ ଅନନ୍ୟା ଦାସଙ୍କ ସରକାରୀ ବାସଭବନରେ ନିର୍ବନ୍ଧ ହୋଇଥିଲା ।