ମହିଳାଙ୍କ ବେକରେ ଛୁରା ଲଗାଇ ସୁନା ଚେନ ଲୁଟି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମର୍ଣ୍ଣଂ ୱାକରେ ଯାଇଥିବା ମହିଳାଙ୍କ ବେକରେ ଛୁରା ଲଗାଇ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ। ଭୁବନେଶ୍ୱର ଝାରପଡ଼ା ଜେଲ ସାମ୍ନା ରୋଡରେ ଏଭଳି ଘଟଣା ଘଟିଛି। ଗୋଟିଏ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ଲୁଟ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହି ସମୟରେ ମହିଳା ଜଣଙ୍କ ତଳେ ପଡ଼ିଯାଇଥିଲେ।

ଖବର ପାଇ ଝାରପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଛି। ସୂଚନା ଅନୁସାରେ ଗତ କିଛିଦିନ ତଳେ ଏକାଧିକ ଚେନ ଲୁଟେରାଙ୍କୁ ପୁଲିସ ଗିରଫ କରିଥିଲା।