ବନ୍ଦଘରୁ ମିଳିଲା ପ୍ରଫେସରଙ୍କ ମୃତଦେହ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଭୁବନେଶ୍ୱରସ୍ଥିତ ସିଇଟି ଇଞ୍ଜିନିୟରିଂ କଲେଜର ଏକ ଘର ଭିତରୁ ଜଣେ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ପ୍ରଫେସର ହେଲେ କୋରାପୁଟ ଜିଲ୍ଲା ସୁନାବେଡ଼ାର ଭାଗବତ ପ୍ରସାଦ ରଥ। ସେ ସିଇଟି କଲେଜରେ ପାଠ ପଢାଉଥିଲେ। ପ୍ରକାଶ ଥାଉକି, ଗତ ୪ ଦିନ ହେଲା ଘର ଭିତର ପଟୁ ବନ୍ଦ ରହିଥିବା ବେଳେ ଦୁର୍ଗନ୍ଧ ବାହାରୁଥିଲା । ପଡୋଶୀ ପୁଲିସକୁ ଫୋନ କରିବା ପରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କେମିତି ଭାଗବତଙ୍କ ମୃତ୍ୟୁ ହେଲା ସେନେଇ ତଦନ୍ତ ପୁଲିସ ତଦନ୍ତ କରୁଛି।