ଓଡ଼ିଶା କ୍ୟାଡ୍‌ର ଆଇଏଏସ୍ ଅଫିସର ଦମ୍ପତିଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ୧୯୯୦ ବ୍ୟାଚ ଓଡ଼ିଶା କ୍ୟାଡରର ୨ ବରିଷ୍ଠ ଆଇଏଏସ୍ ଅଫିସର ମନୋଜ ଆହୁଜା ଓ ଆରତି ଆହୁଜାଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ ନିଯୁକ୍ତି ମିଳିଛି। ଏନେଇ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମନୋଜ ଆହୁଜାଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେ ଏହା ପୂର୍ବରୁ ସିବିଏସ୍‌ଇ ଅଧ୍ୟକ୍ଷ ଏବଂ କୃଷି ଓ କୃଷକ କଲ୍ୟାଣ ବିଭାଗର ଓଏସ୍‌ଡି ଭାବେ ଦାୟିତ୍ଵ ତୁଲାଇଥିଲେ।

ସେହିପରି ଆରତି ଆହୁଜାଙ୍କୁ ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥୁବା କେମିକାଲ ଓ ପେଟ୍ରୋ କେମିକାଲ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ ସେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ଵ ତୁଲାଇଥିଲେ।