ପିପିଲିରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପିପିଲି ଉପ-ନିର୍ବାଚନରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ। ୩ କମ୍ପାନୀ କେନ୍ଦ୍ରୀୟ ପୋର୍ସ ମୁତୟନ ହେବାନେଇ ନିଷ୍ପତି ହୋଇଛି। ଏଡିଜି ଯଶୱନ୍ତ ଜେଠୱାଙ୍କ ସମୀକ୍ଷାପରେ ଏହି ସୂଚନା ମିଳିଛି। ତେବେ ଖୁବଶୀଘ୍ର ୩ କମ୍ପାନୀ ସିଏପିଏଫ୍ ଆସିବେ। ଏହାସହ ୧୮ ପ୍ଲାଟୁନ ଓଏସଏପି ମୁୟତନ ପାଇଁ ମଧ୍ୟ ବୈଠକରେ ନିଷ୍ପତି ହୋଇଛି। ଆସାମାଜିକ ବ୍ୟକ୍ତିଙ୍କ ପ୍ରତି ସ୍ପେସାଲ ଡ୍ରାଇଭ କରିବାକୁ ନିର୍ଦ୍ଦେଶ ହୋଇଛି। ପ୍ରକାଶ ଯେ, ପିପିଲିରେ ଏପ୍ରିଲ ୧୭ ତାରିଖରେ ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ। ମେ ୨ ତାରିଖରେ ଗଣତି ପ୍ରକ୍ରିୟା ହେବା ସାଙ୍ଗକୁ ଫଳାଫଳ ପ୍ରକାଶ ପାଇବ। ୪ ମେ ସୁଦ୍ଧା ସମସ୍ତ ନିର୍ବାଚନୀ କାର୍ଯ୍ୟ ସାରିବାକୁ କମିଶନଙ୍କ ନିର୍ଦ୍ଦେଶ ରହିଛି।