୨୭ରେ ପଦ୍ମପୁର ଆସିବେ କେନ୍ଦ୍ର କୃଷିମନ୍ତ୍ରୀ

ବରଗଡ଼,ଏନ୍‌ଏନ୍‌ଏସ୍‌: କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବା ପାଇଁ ୨୭ରେ ଓଡ଼ିଶା ଆସିବେ । ଶ୍ରୀ ତୋମାରଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆସିବେ ବୋଲି ଜଣାପଡ଼ିଛି । ଉଭୟ କେନ୍ଦ୍ରମନ୍ତ୍ରୀ ଏକାସହ ୨୭ରେ ପଦ୍ମପୁରରେ ପ୍ରଚାର କରିବେ । ଏଥିସହିତ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆସନ୍ତାକାଲି ପଦ୍ମପୁରରେ ପ୍ରଚାର କରିବେ । ବୈଜୟନ୍ତଙ୍କ ସହ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ପ୍ରଚାର ଭାର ସମ୍ଭାଳିବେ ।