‘ପଠାନ’ ଫିଲ୍ମରେ ହେବ ପରିବର୍ତ୍ତନ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ପଠାନ’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଫିଲ୍ମର ଗୀତକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେନସର ବୋର୍ଡ ଫିଲ୍ମ ନିର୍ମାତାକୁ କିଛି ପରାମର୍ଶ ଦେଇଛନ୍ତି । ଫିଲ୍ମର କିଛି ଗୀତ ଓ ସିନରେ ପରିବର୍ତ୍ତନ ଆଣିବାକୁ ସେନସର ବୋର୍ଡ କହିଛନ୍ତି । ବୋର୍ଡ ତରଫରୁ ମେକର୍ସଙ୍କୁ ଯେଉଁ ଅଂଶକୁ କାଟିବାକୁ କୁହାଯାଇଛି ସେଥିରେ ବିବାଦୀତ ଗୀତ ‘ବେସରମ ରଙ୍ଗ’ ମଧ୍ୟ ସାମିଲ ରହିଛି। କିନ୍ତୁ ଫିଲ୍ମରେ ବିଶେଷ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ ବୋଲି ବୋର୍ଡ କହିଛି ।

ବୋର୍ଡର ନିର୍ଦ୍ଦେଶ ଅନୁସାରେ ‘ପଠାନ’ ଫିଲ୍ମର କିଛି ସିନ ହଟିବା ପରେ ଏଡିଟ କପି ନିର୍ମାତାଙ୍କୁ ସବମିଟ କରିବାକୁ ପଡ଼ିବ। ଏହାପରେ ସେନ୍ସର ବୋର୍ଡ ୟଶରାଜ ବ୍ୟାନରର ଏହି ଫିଲ୍ମକୁ ସାର୍ଟିଫିକେଟ ପ୍ରଦାନ କରିବେ ।