ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇର ଚଢ଼ଉ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସଦାଙ୍କ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଘରେ ସିବିଆଇ ରେଡ କରିଛି। ସି-ସୋର ଚିଟଫଣ୍ଡ ଲିଙ୍କରେ ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଶ୍ରୀ ମିଶ୍ର ମନ୍ତ୍ରୀ ଥିବା ସମୟରେ ସି-ସୋରର ଅନେକ ଗୁଡ଼ିଏ ପ୍ରୋଜେକ୍ଟ ହାତକୁ ନେଇଥିଲେ। ତେବେ ଏଥିରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ନେଇ ଏହି ରେଡ କରାଯାଇଛି।