ବାଲେଶ୍ୱର,ଏନ୍ଏନ୍ଏସ୍: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରେ ଆଜି ଏକ ସଭାରେ ଜିଲ୍ଲାବାସୀଙ୍କୁ କିଛି ଖାସ୍ କଥା କହିଛନ୍ତି । ଏହି ଅବସରରେ ଶ୍ରୀ ବୈଷ୍ଣବ କୌିଛନ୍ତି ଯେ, ମୋ ସହିତ ଆପଣଙ୍କର ବହୁତ ପୁରୁଣା ସମ୍ପର୍କ ରହିଛି । ୧୯୯୯ ମହାବାତ୍ୟା ବେଳେ ଆପଣମାନଙ୍କ ସହ ଜଡ଼ିତ ଥିଲି । ଯେଉଁ ଅଶ୍ୱିନୀ ଭାଇ ସେତେବେଳେ ଆପଣଙ୍କ ପାଖରେ ଥିଲା ଏବେ ସେଇ ଅଶ୍ୱିନୀ ଭାଇ ଆପଣଙ୍କ ପାଖରେ ଅଛି । ପ୍ରତିଶ୍ରୁତି ଦିଅନ୍ତୁ ମୋତେ କେବେ ସାର ନୁହେଁ ବରଂ ଅଶ୍ୱିନୀ ଭାଇ କହି ଡାକିବେ । କଲେକ୍ଟର ଥିବାବେଳେ ଯଦି ଭାଇ ଡାକୁଥିଲେ ତେବେ ଏବେ ବି ସେବାରେ ଅଛି ସେଥିପାଇଁ ଭାଇ ଡାକିପାରିବେ ।
ସୂଚନାଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନରେ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରୁ ନିର୍ବାଚନ ଲଢ଼ିବେ ବୋଲି ଅନୁମାନ କରାଯାଉଛି ।