ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ବନ୍ଦର ନୀତି-୨୦୨୨କୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏଥିରେ ସାମୁଦ୍ରିକ ସଂରଚନାର ସର୍ବାଙ୍ଗିନ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଅନ୍ତର୍ଦେଶୀୟ ଜଳପଥ ଏବଂ କ୍ଷୁଦ୍ର ବନ୍ଦରର ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏହି ନୂଆ ନୀତିରେ ବନ୍ଦର କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ମିଳିବ । ଏହା ବନ୍ଦର ଓ ଏବଂ ବନ୍ଦର ସମ୍ପର୍କିତ ଶିଳ୍ପ ସମୂହର ମଧ୍ୟ ବିକାଶ କରିବ । ସାମୁଦ୍ରିକ ପର୍ଯ୍ୟଟନ ଓ ବହୁମୁଖୀ ଜେଟି ଆଦିକୁ ବି ପ୍ରୋତ୍ସାହିତ କରିବ ବୋଲି ସୂଚନା ମିଳିଛି ।