ଦୈତ ନଗରୀରେ ଆଜିଠୁ ଗଡ଼ିବ ବସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠାରୁ ରାଜଧାନୀରୁ କଟକକୁ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି। ସରକାରୀ ଚାକିରିଆଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦୈତ ନଗରୀରେ ଗୋଟିଏ ବସ୍ ଚଳାଚଳ କରିବ। ରାଜ୍ୟ ସଡ଼କ ପରିବହନ କତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଓଏସ୍ଆରଟିସି ବସଟି ଅଫିସ୍ ସମୟରେ ଚଳାଚଳ କରିବ। ଯାତ୍ରୀଙ୍କ ପାଇଁ ଭଡ଼ା ୩୦ ଟଙ୍କା ରହିବ। କୋରୋନା ସଂକ୍ରମଣରୁ ରକ୍ଷା ପାଇଁ ବସରେ ଯାତ୍ରା ସମୟରେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏ ନେଇ ସୂଚନା ଦେଇଛନ୍ତି।

ସେହିପରି ଗ୍ରୀନ ଜୋନରେ ବସ ଗଡିବା ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ଯେ, ଗ୍ରୀନ୍ ଜୋନରେ ଗାଡ଼ି ଚଳାଚଳ କରିବ। ଏଥିପାଇଁ କିଛି ସର୍ତ ରହିଛି। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିବ। ଫଳରେ ଯାତ୍ରୀମାନଙ୍କୁ ଧାର୍ଯ୍ୟ ଭଡ଼ାର ୨ ଗୁଣା ଦେବାକୁ ପଡ଼ିବ। ବସରେ ଯିବା ସମୟରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ କରାଯିବ। ଏପରି ଏକ ବିଷୟ ନେଇ ସରକାରୀସ୍ତରରେ ବିଚାରବିମର୍ଷ ଚାଲିଛି। ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ଯେହେତୁ ଗ୍ରୀନ ଜୋନ ରେଡ ହୋଇଯାଉଛି। ତେଣୁ ବସ ଚଳାଚଳ କରିପାରୁନି। ଦିନେ କି ଦୁଇ ଦିନ ଭିତରେ ସରକାର ନିଷ୍ପତି ନେବେ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।