ବସ୍ ଓଲଟି ୪୦ ଆହତ

ଭୁବନେଶ୍ୱର, ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ହାଇଦ୍ରାବଦ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ୪୦ ଜଣଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨୦ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୋକସରା ନିକଟ ବଡକେନ୍ଦୁଗୁଜା ନିକଟରେ ଭାରସାମ୍ୟ ହରାଇ ବସ୍ ଟି ଓଲଟି ପଡିଥିଲା।