ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ୧ କୋଟି ଟଙ୍କାର ବ୍ରାଉନସୁଗାର କ୍ରାଇମବ୍ରାଞ୍ଚ ଏସଟିଏଫ୍ ଜବତ କରିଛି। ଭୁବନେଶ୍ୱରର ଟମାଣ୍ଡୋ ଅଞ୍ଚଳରୁ ୧ କେଜି ୮ ଗ୍ରାମର ବ୍ରାଉନସୁଗାର ସିଜ୍ କରାଯାଇଛି। ଏଥିରେ ୩ ଜଣ ସମ୍ପୃକ୍ତ ଥିବାବେଳେ ଖଣ୍ଡଗିରି ଛକରୁ ୨ ଜଣଙ୍କୁ ବାଇକ ସହ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ୱୟ ହେଲେ ଜଙ୍କିଆ ଥାନା ଅଂଚଳର ଅଜୟ ମହାପାତ୍ର ଓ ବେଗୁନିଆ ଥାନା ଅଞ୍ଚଳର ବିଭୁତି ଭୂଷଣ ଜେନା। ଆଉ ଖସି ପଳାଇଥିବା ଅଭିଯୁକ୍ତ ହେଉଛନ୍ତି ଜଙ୍କିଆ ଥାନା ଅଂଚଳର ବାପି ମଂଗରାଜ। କୋଲକାତାର ମୁର୍ସିଦାବାଦ ଅଞ୍ଚଳରୁ ଏହି ବ୍ରାଉନସୁଗାର ଆସୁଥାଇପାରେ ବୋଲି ଏସଟିଏଫ ଡିଜି ଜୟନାରାୟଣ ପଙ୍କଜ କହିଛନ୍ତି।