ବଜ୍ରପାତରେ ଭାଇ ଭଉଣୀ ମୃତ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା  ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ବରୁଣସିଂ ମଣ୍ଡଗାଁରେ ଆଜି ବଜ୍ରପାତ ଘଟି ଭାଇ ଓ ଭଉଣୀଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଆଜି ରାଖୀ ପୂର୍ଣ୍ଣମି ଥିବାରୁ ଗ୍ରାମର ଭାସ୍କର ବେହେରାଙ୍କ ୧୨ବର୍ଷର ଝିଅ ଆଶା ବେହେରା ଓ ସେହି ଗ୍ରାମର ନିରଞ୍ଜନ ଦଳାଇଙ୍କ ୧୫ବର୍ଷର ପୁଅ ସୁଶାନ୍ତ ଦଳେଇଙ୍କ ଘରକୁ ରାଖୀ ବାନ୍ଧିବା ପାଇଁ ଯାଇଥିଲେ। ରାଖୀ ବାନ୍ଧି ସାରିବାପରେ ତାଙ୍କ ପରିବାର ସହ ଏକାଠି ବସି ଖାଉଥିବାବେଳେ ହଠାତ ବଜ୍ରପାତ ହୋଇଥିଲା। ଫଳରେ ଆଶା ବେହେରା ଏବଂ ସୁଶାନ୍ତ ଦଳେଇଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏଥିରେ ଅନ୍ୟ ଦୁଇଜଣ ରଙ୍ଗଲତା ପ୍ରଧାନ ଓ ତାଙ୍କ ସ୍ୱାମୀ ବିଜୟ ପ୍ରଧାନ ଗୁରୁତର ଆହତ ହୋଇ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।