୧୩ରୁ ପୁରୀରେ ହେବ ବିଜେପି ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଜେପି ପଦାଧିକାରୀ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଉକ୍ତ ବୈଠକରେ ଆଗାମୀ ୩ ମାସ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହିକ୍ରମରେ ପୁରୀରେ ଆସନ୍ତା ୧୩, ୧୪ ଓ ୧୫ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ରାଜ୍ୟର ୩୭ ହଜାର ବୁଥକୁ ତୃଣମୂଳ ସ୍ତରରୁ ମଜଭୁତ କରାଯିବ । ବିଜେପି ସାଧାରଣ ଲୋକଙ୍କ ପାଖକୁ ଯାଇ ସମସ୍ୟା ସମ୍ପର୍କରେ ଅବଗତ ହେବ । ଏନେଇ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।