ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ସାର୍ବଜନୀନ କରିବା ପାଇଁ ବିଜେପିର ଦାବି

ଭୁବନେଶ୍ୱର,ଏନ୍ଏନ୍ଏସ୍: କିଛି ଦିନର ବିରତି ପରେ ପୁଣି ତେଜିଲା ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ପ୍ରସଙ୍ଗ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରରେ ଗଚ୍ଛିତ ସୁନାର ଅଡିଟ୍ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି ବିଜେପି। ମଂଗଳବାର ଆୟୋଜିତ ଏକ ବୈଠକରେ ବିଜେପି ନେତା ତଥା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ରତ୍ନଭଣ୍ଡାର ଆଉଥରେ ଅଡିଟ୍ କରିବା ପାଇଁ ଦାବି କରିଛନ୍ତି। ତୁରନ୍ତ ରତ୍ନଭଣ୍ଡାର ଖୋଲି ଏହାର ତାଲିକା ପ୍ରସ୍ତୁତ କରି ସାର୍ବଜନୀନ କରିବା ପାଇଁ ସେ କହିଛନ୍ତି।

ଶେଷଥର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୯୭୮ ମସିହାରେ ରତ୍ନଭଣ୍ଡାରର ଅଡିଟ୍ କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିବାରୁ ଏହାର ଆଉଥରେ ଅଡିଟ୍ ହେବା ଆବଶ୍ୟକ ବୋଲି ଶ୍ରୀଯୁକ୍ତ ନାୟକ ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି।