Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକଙ୍କ ଚିଠି: ଗୃହକୁ ଆସି ଲୋକଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକଙ୍କ ଚିଠି: ଗୃହକୁ ଆସି ଲୋକଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମମିତା ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି ସଭ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଳେଖିଛନ୍ତି। ଦୁଇ ପୃଷ୍ଠା ସମ୍ବଳିତ ଚିଠିରେ ସେମାନେ ମହିଳା ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀ ଦୋମୁହାଁ ଆଭିମୁଖ୍ୟ ଗ୍ରହଣ କରୁଥିବା ଅଭିଯୋଗ କରିଛନ୍ତି।

ସୋମବାର ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ହେବା ପରେ ବିଜେପି ସଭ୍ୟମାନେ ପୋଷ୍ଟ ଅଫିସ୍ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଇଛନ୍ତି। ଚିଠିରେ ଦର୍ଶାଇଛନ୍ତି ଯେ ମହିଳା ସୁରକ୍ଷା ନେଇ ଆପଣଙ୍କ ଦୋମୁହାଁ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବା ପାଇଁ ଏହି ପତ୍ରଲେଖୁଛୁ। ଆମେ ଏଥିରେ ସଂଲଗ୍ନ କରିଥିବା ଖବର କାଗଜରେ ଆପଣଙ୍କର ବକ୍ତବ୍ୟ ଆପଣ ନିଜେ ପଢ଼ି ନପାରିଲେ ମଧ୍ୟ ଓଡ଼ିଆ ପଢ଼ି ପାରୁଥିବା ଆପଣଙ୍କ ସହଯୋଗୀଙ୍କ ଠାରୁ ବୁଝିନେବେ। ଅଞ୍ଜନା ମିଶ୍ର ଗଣବଳାତ୍କାର ପରେ ଆପଣ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ନୈତିକତାର ପାଠ ପଢ଼ାଇଥିଲେ ଏବଂ ତାଙ୍କର ଇସ୍ତଫା ଦାବି କରିଥିଲେ। ସେତେବେଳେ ରାଜ୍ୟରେ ଆଇନଶୃଙ୍ଖଳା ଧ୍ୱସ୍ତବିଧ୍ୱସ୍ତ ହୋଇଯିବା ଓ ମହିଳା ଅସୁରକ୍ଷିତ ହେବା ନେଇ ଜାନକୀଙ୍କ ବିରୋଧରେ ଆପଣ ସଙ୍ଗିନ ଅଭିଯୋଗ ଆଣିଥିଲେ। ୨୦୦୦ ମସିହା ନିର୍ବାଚନରେ ଆପଣଙ୍କ ଦଳର ପ୍ରମୁଖ ସ୍ଲୋଗାନ ଥିଲା -‘ଅଞ୍ଜନା ଗଣଦୁଷ୍କର୍ମ ପାଇଁ ଦାୟୀ କିଏ-ଜାନକୀ ପଟ୍ଟନାୟକ ଆଉ କିଏ । ଏବେ ଖୋଦ୍ ଅଞ୍ଜନା କହିଲେଣି, ଜାନକୀଙ୍କ ମୁଖ୍ୟମନ୍ତ୍ରିତ୍ୱର ଓଡ଼ିଶା ଓ ନବୀନଙ୍କ ମୁଖ୍ୟମନ୍ତ୍ରିତ୍ୱର ଓଡ଼ିଶା ମଧ୍ୟରେ କିଛି ଫରକ୍ ନାହିଁ।

ପ୍ରଦତ୍ତ ଚିଠିରେ ସେ ପୁଣି ଦର୍ଶାଇଛନ୍ତି ଯେ ଅଞ୍ଜନା ମାମଲାରେ ଯେମିତି ଇନ୍ଦ୍ରଜିତ ରାୟଙ୍କୁ ଦୋଷୀ କରାଯାଇଥିଲା, ଠିକ୍ ସେମିତି ଏବେ ମମିତା ହତ୍ୟା ମାମଲାରେ ଆପଣଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଓଡ଼ିଶାବାସୀ ଦାୟୀ କରୁଛନ୍ତି। ଆପଣ ଜାନକୀଙ୍କୁ ନୈତିକତାର ପାଠ ପଢ଼ାଇଥିଲେ। ନୀତି ନୈତିକତାର ଦ୍ୱାହିଦେଇ ଆପଣ ଅନେକ ମନ୍ତ୍ରୀଙ୍କୁ ବି ମନ୍ତ୍ରିମଣ୍ଡଳରୁ ବାହାର କରିଥିଲେ। ଏବେ ମମିତାଙ୍କ ମାମଲାରେ ଆପଣ ଦୋମୁହାଁ ନୀତି କାହିଁକି ଆପଣାଉଛନ୍ତି ବୋଲି ବିଜେପି ସଭ୍ୟ ପ୍ରଶ୍ନ କରିଛନ୍ତି। ଆପଣ ବିଧାନସଭା ନ ଆସି କେଉଁ ଗମ୍ଭୀରାରେ ଅଛନ୍ତି। ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ବହିଷ୍କାର ଏବଂ ଉକ୍ତ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ତୁରନ୍ତ ଦିଅନ୍ତୁ। ଆପଣଙ୍କୁ ନ ପାଇ ଡାକଯୋଗେ ଏହି ପତ୍ର ଆପଣଙ୍କୁ ପ୍ରେରଣକରୁଛୁ । ଆଶା ଏଇ ଚିଠି ପାଇବେ। ବିଧାନସଭାକୁ ଆସି ଓଡ଼ିଆ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବେ ବୋଲି ବିଜେପିି ସଭ୍ୟମାନେ ଆହ୍ୱାନ କରିଛନ୍ତି।