ବିଜେଡି ସଭ୍ୟ ସଂଗ୍ରହ କମିଟିର ବୈଠକ

ଭୁବନେଶ୍ୱର,୨୬।୮/ଏନ୍ଏନ୍ଏସ୍: ନବୀନ ନିବାସରେ ବିଜେଡି ସଭ୍ୟ ସଂଗ୍ରହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ନିଯୁକ୍ତ ହୋଇଥିବା ଏହି ୭ ଜଣିଆ କମିଟି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ରୂପରେଖ ନେଇ ଆଲୋଚନା କରିଛନ୍ତି । ବୈଠକରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ପ୍ରଦୀପ ପାଣିଗ୍ରାହୀ, ପ୍ରତାପ ଦେବ ଓ ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମା ଉପସ୍ଥିତ ଅଛନ୍ତି । ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ ସେପେଟମ୍ବର ୨ରୁ ଆରମ୍ଭ ହେବ । ଏଥିପାଇଁ ଏକ ସମନ୍ୱୟ କମିଟି ବି ଗଠନ କରାଯାଇଥିଲା। ଏହି କମିଟି ଦଳର ସଭ୍ୟ ସଂଗ୍ରହ ଅଭିଯାନ ଉପରେ ନଜର ରଖିବବୋଲି ଜଣାଯାଇଛି।