ବିଜେପି ମିଛ କହିବାର ସବୁ ସୀମା ଟପିଗଲାଣି: ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୀଡିତ ପରିବାରକୁ ନାୟ ଦେବା ନାଁରେ ବିଜେପି ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫାର୍ସ କରୁଛି । ଏହାଦ୍ୱାରା ଦଳ ମାମଲାର ତଦନ୍ତକୁ ଅଧିକ ବାଟବଣା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ବିଜେପି ନେତ୍ରୀ ପ୍ରଭାତୀ ପରିଡାଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀମତୀ ଦେଓ କହିଛନ୍ତି ଯେ ପ୍ରତିଦିନ ଏଣୁ ତେଣୁ କହିବା ଅପେକ୍ଷା ଯଦି ଦଳ ନିକଟରେ କିଛି ତଥ ରହିଛି ତାହା ପୁଲିସ କିମ୍ବା ଅଦାଲତ ନିକଟରେ ଦାଖଲ କରିବା ଉଚିତ । ହେଲେ ଦଳ ମିଛର ଆଶ୍ରୟ ନେଇ କେବଳ ମନଗଢା କଥା କହୁଥିବାରୁ ତାହାର ହତାଶାଭାବ ସ୍ପଷ୍ଟ ବାରିହୋଇ ପଡୁଛି । ଦଳର କିଛି ହାରୁ ନେତା ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ହୀନ ରାଜନୀତି କରିବାକୁ ପଛାଉ ନାହାନ୍ତି ।

ଶ୍ରୀମତୀ ଦେଓ କହିଛନ୍ତି ଯେ ଯାଜପୁର ଘଟଣାରେ ବିଜେପି ମିଛ କହିବାର ସବୁ ସୀମା ଟପିଗଲାଣି । ଯଦି ଗଣମାଧ୍ୟମରେ ରହିବା ପାଇଁ ବିଜେପି ଏଭଳି ମନଗଢା ଓ ଭିତିହୀନ ଖବର ଆଧାରରେ ପ୍ରତିଯୋଗିତା କରୁଥାଏ ତେବେ ଏହା କରିବାରେ କିଛି ଅସୁବିଧା ନାହିଁ । ଏଥିରୁ ସେହି ଦଳକୁ କେବେ ବି ବିରତ କରିପାରିବେ ନାହିଁ । ଯାଜପୁରର ଏହି ସମ୍ବେଦନଶୀଳ ମୃତୁ ଘଟଣାରେ ପୁଲିସ ଜଣକୁ ଗିରଫ କରିଥିବାବେଳେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ଏହି ଘଟଣାରରେ ପୀଡିତା ପରିବାରକୁ ନାୟ ଦେବାପାଇଁ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବା ପରିବର୍ତେ ବିଜେପି ଏହାକୁ ନେଇ ରାଜନୀତି କରୁଛି । ବିଜେପି ମନେ ରଖିବା ଉଚିତ ଯେ ବାରମ୍ବାର ଗୋଟିଏ ମିଛକୁ ଦୋହରାଇଲେ ତାହା ସତ ହୋଇଯିବ ନାହିଁ । ତେଣୁ ଏଭଳି ମିଥା ପ୍ରଚାରରୁ ଦଳ ବିରତ ରହିବାକୁ ଶ୍ରୀମତୀ ଦେଓ ପରାମର୍ଶ ଦେଇଛନ୍ତି ।