Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅକ୍ଟୋବର ୨ରୁ ୧୧ ବିଜେଡି ଜନ ସମ୍ପର୍କ ପଦଯାତ୍ରା, କାର୍ଯ୍ୟକର୍ତ୍ତାଙ୍କୁ ସୁପ୍ରିମୋଙ୍କ ଚିଠି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅକ୍ଟୋବର ୨ରୁ ୧୧ ବିଜେଡି ଜନ ସମ୍ପର୍କ ପଦଯାତ୍ରା, କାର୍ଯ୍ୟକର୍ତ୍ତାଙ୍କୁ ସୁପ୍ରିମୋଙ୍କ ଚିଠି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ପ୍ରତିଷ୍ଠା ଦିବସ ପାଳନ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସଂଯୋଜକ, ସାଂସଦ, ବିଧାୟିକା, ବିଧାୟକ, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ଛାମୁଆ ସଂଗଠନଙ୍କର ରାଜ୍ୟ ସଭାପତି, ବିଜେଡି ବ୍ଲକ ଓ ନଗର ସଭାପତିଙ୍କୁ ଚିଠି ଦେଇଛନ୍ତି । ଶ୍ରୀ ପଟ୍ଟନାୟକ ଚିଠିରେ କହିଛନ୍ତି ଯେ, ପ୍ରତିବର୍ଷ ଭଳି ଚଳିତ ବର୍ଷ ବିଜେଡି ଅକ୍ଟୋବର ୨ତାରିଖ ‘ଗାନ୍ଧୀ ଜୟନ୍ତୀ’ରୁ ଅକ୍ଟୋବର ୧୧ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ‘ଜନ ସମ୍ପର୍କ ପଦଯାତ୍ରା’ ପାଳନ କରିବାକୁ ଯାଉଛି । ଏହି ପଦଯାତ୍ରା ସମୟରେ ଅକ୍ଟୋବର ୨ରେ ‘ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ, ଅକ୍ଟୋବର ୯ରେ ‘ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ’, ଅକ୍ଟୋବର ୧୧ରେ ‘ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ’ ପାଳନ ସହିତ ଚଳିତ ବର୍ଷର ‘ଜନ ସମ୍ପର୍କ ପଦଯାତ୍ରା’ ଚଳିତ ବର୍ଷ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀସ୍ତରରେ ପାଳନ କରାଯିବ । ଅକ୍ଟୋବର ୧୨ଠାରୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟ ଓ ସଦସ୍ୟାଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ପରିଷଦ ଜୋନସ୍ତରୀୟ ଓ ପୌରାଞ୍ଚଳ ସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜିତ କରାଯିବ ।

ଉପରୋକ୍ତ କାର୍ଯ୍ୟକ୍ରମ ପରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ବୈଠକ ଓ ଜନ ସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡରେ ଆମ ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଞ୍ଚାଯିବ । ଏହାସହ ବିଜେଡିର ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ଯ୍ୟକ୍ରମ କରାଯିବ । ଡିସେମ୍ବର ୨୬ରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନ ମଣ୍ଡଳୀମାନଙ୍କରେ ପାଳନ କରାଯିବ । ଏହି ଅବସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଙ୍କଳ୍ପ ନିଆଯିବ ।