କରୋନାରେ ଆକ୍ରାନ୍ତ ହେଲେ ବିଜେଡି ବିଧାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେଡ଼ି ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। କରୋନାର କୌଣସି ଲକ୍ଷ୍ୟଣ ନଥିଲେ ମଧ୍ୟ ସେ ସଙ୍ଗରୋଧରେ ରହିଛନ୍ତି। ମଧୁମେହରେ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି । ଏବେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସେ କହିଛନ୍ତି ।