ବିବାଦ ପରେ ମୁରଲୀଧରନଙ୍କ ବାୟୋପିକ ଛାଡିଲେ ବିଜୟ ସେତୁପତି

ମୁମ୍ବାଇ,ଏଜେନ୍ସି: ଶ୍ରୀଲଙ୍କା କ୍ରିକେଟର ମୁଥିଆ ମୁରଲୀଧରନଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ ‘୮୦୦’ କୁ ନେଇ ବିବାଦ ମୁଣ୍ଡ ଟେକିଛି। ଏଥିରେ ଲିଡ ରୋଲ କରିବାକୁ ଯାଉଥିବା ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବିଜୟ ସେତୁପତି ଫିଲ୍ମ ଛାଡିବା ପାଇଁ ନିଷ୍ଟତ୍ତି ନେଇଛନ୍ତି। ତାମିଲ ସଂଗଠନ, ରାଜନୈତିକ ଦଳ ଓ ପ୍ରଡକ୍ସନ ହାଉସର ବିରୋଧ ପରେ ବିଜୟ ସେତୁପତି ଟ୍ୱିଟରରେ ଫିଲ୍ମ ଛାଡିବା ପାଇଁ ଘୋଷଣା କରିଛନ୍ତି।

ସେ ମୁଥିଆ ମୁରଲିଧରନଙ୍କୁ ଟ୍ୱିଟ କରି ଲେଖିଛନ୍ତି ଧନ୍ୟବାଦ, ଅଲବିଦା। ସେହିପରି ମୁଥିଆ ମୁରଲିଧରନ ମଧ୍ୟ ବୀଜୟଙ୍କୁ ଫିଲ୍ମ ‘୮୦୦’ରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି। ଏହାସହ ସେ କହିଛନ୍ତି ତାମିଲନାଡୁର ମହାନ କଳାକାରଙ୍କୁ କୌଣସି କ୍ଷତି ନପହଞ୍ଚୁ।