ଆଜିଠୁ ଖୋଲିଲା ଭୁବନେଶ୍ୱର ୟୁନିଟ୍‌ ୪ ମାର୍କେଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା କଟକଣାର ଦୀର୍ଘ ୧୪ ଦିନ ପରେ ଆଜିଠାରୁ ସାମାଜିକ ଦୂରତ୍ଵ ରକ୍ଷା କରି ଭୁବନେଶ୍ୱର ୟୁନିଟ୍‌ ୪ ମାର୍କେଟ ଖୋଲିଲା। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ୟୁନିଟ ୪ ମାର୍କେଟ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସାଧାରଣରେ ସଂକ୍ରମଣକୁ ରୋକିବା ପାଇଁ ବିଏମସି ପକ୍ଷରୁ ଉକ୍ତ ମାର୍କେଟକୁ ସିଲ କରାଯାଇଥିଲା। ଏଥିସହ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି।