ଭୁବନେଶ୍ବରରେ ରାଜ୍ୟର ପ୍ରଥମ ଫାରସିପ ସ୍ମାର୍ଟ ହେଲଥ କ୍ଲିନିକ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ବରିଷ୍ଠ ନାଗରିକ ତଥା ଏନ. ଆର. ଆଇ ମାନଙ୍କୁ ଘରୋଇ ଚିକିତ୍ସା ସେବା ପ୍ରଦାନ କରି ଅପୂର୍ବ ସଫଳତା ପାଇଥିବା ଡ଼.କିୟୋଗ ଡ଼ିଜିଟାଲ୍ ଆପ୍ ନୂତନ ଭାବେ ଭୁବନେଶ୍ବର ସ୍ଥିତ କଟକ ରୋଡ୍‌ର ଏସ୍‌ପ୍ଲାନେଡ଼ ମଲ୍ ନିକଟରେ ରାଜ୍ୟର ପ୍ରଥମ ଫ୍ଲାଗସିପ ସ୍ମାର୍ଟ ହେଲଥ୍ କ୍ଲିନିକର ଶୁଭାରମ୍ଭ କରିଛି। କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭ ଉଦ୍‌ଘାଟନ କରିଥିଲେ। ଉକ୍ତ ଉଦ୍‌ଘାଟନ ଉତ୍ସବରେ ବହୁ ବିଶେଷଜ୍ଞ ଡାକ୍ତର, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଓ ସେଲିବ୍ରିଟ ଉପସ୍ଥିତ ଥିଲେ।

ଡ଼. କିୟୋର ଆପ୍ ତଥା ପ୍ଲାଗ୍‌ସିପ୍ ସ୍ମାର୍ଟ କ୍ଲିନିକ୍‌ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଚର୍ମରୋଗ ବିଶେଷଜ୍ଞ ଡ଼. ଏସି ମଲିକ କହିଛନ୍ତି ଯେ, ଆମର ଏହି ସ୍ମାର୍ଟ କ୍ଲିନିକରେ ଆମେ ସମସ୍ତ ପ୍ରକାର ଆଧୁନିକ ଓ ଆବଶ୍ୟକୀୟ ଚିକିତ୍ସା ଉପକରଣ ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ଦୃଢ଼ ପରିକର। ରୋଗୀମାନେ ଏଠାରେ କାର୍ଡିଓଲଜିଷ୍ଟ, ଡାଇବେଟୋଲଜିଷ୍ଟ, ମେଡ଼ିସିନ, ଗାଷ୍ଟ୍ରୋଏଟୋଲଜିଷ୍ଠ, ସ୍କ୍ରିନ୍ କେସାଲିଷ୍ଟ, ପେଡ଼ିଆଟ୍ରିକ୍, ଗାଇନୋକଲୋଜିଷ୍ଟ, ଇଏନଟି, ନିରୋଲଜିଷ୍ଟ, ନେଫ୍ରାଇଜିଷ୍ଠ, ଅର୍ଥପେଡ଼ିକ ଓ ଡ଼େଟାଲ କେୟାରର ସମସ୍ତ ଚିକିତ୍ସା ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ବାରା ପାଇ ପାରିବେ ବୋଲି ସେ କହିଥିଲେ।