ସର୍ବଶ୍ରେଷ୍ଠ ସର୍ଭିସ ପାଇଁ ଭୁବନେଶ୍ୱର ସିଟି ବସ ପୁରସ୍କୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରେଷ୍ଠ ସିଟି ବସ୍ ସେବାରେ ଭୁବନେଶ୍ୱର ସିଟି ବସ୍ ସେବାକୁ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପୁରସ୍କୃତ କରାଯାଇଛି। ତେବେ ବେଷ୍ଟ ସିଟିବସ୍ ସର୍ଭିସ୍ ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ସିଆରୟୁଟି ଭୁବନେଶ୍ୱରକୁ ପୁରସ୍କୃତ କରାଯାଇଛି।


ତେବେ ଲକ୍ଷେ୍ନା ଠାରେ ଦ୍ୱାଦଶ ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସରେ ଏହି ପୁରସ୍କାର ଦିଆଯାଇଛି। ଭୁବନେଶ୍ୱରରୁ କଟକ ଏବଂ ପୁରୀ ମଧ୍ୟରେ ସର୍ବସାଧାରଣଙ୍କ ଯାତାୟାତ ପାଇଁ ପ୍ରାୟ ୨୦୦ ସିଟି ବସ୍ ଚଳାଚଳ କରୁଛି। ଯେଉଁଥିରେ ଡିଜିଟାଲ୍ ବ୍ୟବସ୍ଥା ସହ ସ୍ୱତନ୍ତ୍ର ଆପ୍ ମାଧ୍ୟମରେ ସୂଚନା ପ୍ରଦାନର ବ୍ୟବସ୍ଥା ରହିଛି।

Image result for mo bus in bhubaneswar"

ଗତ ୬ ତାରିଖରେ ଏହି ବସ୍ ସେବାକୁ ଏକ ବର୍ଷ ପୂରିଥିଲା।