ବିଧାନସଭା ପୂର୍ବରୁ ୧୪ ମନ୍ତ୍ରୀ ଓ ବିଧାୟକଙ୍କୁ କରୋନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୩୦ ତାରିଖରେ ବିଧାନସଭା ଆରମ୍ଭ ହେଉଥିବାବେଳେ ୧୪ ଜଣ ମନ୍ତ୍ରୀ ଓ ବିଧାୟକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଗତକାଲି ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ୧୨ ଜଣ ହୋଇଛନ୍ତି। ଆଜିର ୧୨ ଜଣଙ୍କ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ, ଜ୍ୟୋତି ପାଣିଗ୍ରାହୀ, ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟ, ଭାଗିରଥୀ ସେଠୀ, ସୁଶାନ୍ତ ବେହେରା, ଉମାକାନ୍ତ ସମାନ୍ତରାୟ, ନାଉରୀ ନାୟକ, ପ୍ରଶାନ୍ତ ଜଗଦେବ ଓ ସୁକାନ୍ତ ନାୟକ ରହିଛନ୍ତି । ଗତକାଲି ପ୍ରମିଳା ନାୟକ ଓ ଦେବୀ ମିଶ୍ରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା।