ଶ୍ରୀମୟ ଶ୍ରୀମନ୍ଦିର

ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଚାଲିଛି ଉଚ୍ଛେଦ। ଏହି ଉଚ୍ଛେଦକୁ ନେଇ ବହୁତ କିଛି ବାଦବିବାଦ ତର୍ଜମା ବି ଚାଲିଛି। ବହୁପୁରାତନ ଐତିହ୍ୟସମ୍ପନ୍ନ ମଠକୁ ଉଚ୍ଛେଦ କରିବା କେତେ ଦୂର ଠିକ୍ ।

ସରକାର କହୁଛନ୍ତି ଶ୍ରୀମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ପାଇଁ କରାଯାଉଛି ଉଚ୍ଛେଦ। ଶ୍ରୀମନ୍ଦିର ସୁରକ୍ଷା ମଞ୍ଚର ଯୁକ୍ତି ହେଲା ଯେ ଏହି ଉଚ୍ଛେଦରେ ବହୁ ପୁରାତନ ଐତିହ୍ୟ ଲୋପ ପାଇଯିବ। କିନ୍ତୁ ୧୦୦ ବର୍ଷ ତଳର ଜନସଂଖ୍ୟା ଓ ଭକ୍ତଙ୍କ ସମାଗମ ଓ ଏବେ ଜନସଂଖ୍ୟାକୁ ଯଦି ତୁଳନା କରାଯାଏ ତେବେ ବହୁତ କିଛି ଫରକ ଆସିବା ନିଶ୍ଚୟ। ଏହାକୁ ଆଖି ଆଗରେ ରଖି ଆମକୁ ବଢ଼ିବାକୁ ପଡିବ।


ତେବେ ଦେଖନ୍ତୁ, ଆମର ହସ୍ତଗତ ହୋଇଥିବା ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଉଚ୍ଛେଦ ପରେ ଶ୍ରୀମନ୍ଦିରର କିଛି ଦୃଶ୍ୟ…