କଟକ,ଏନ୍ଏନ୍ଏସ୍: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦିଲ୍ଲୀ ପୁଲିସ ସମ୍ମୁଖରେ ହାଜର ହେବେ । ୧୫ ଦିନ ମଧ୍ୟରେ ହାଜର ହେବାକୁ ବର୍ଷାଙ୍କୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୫ ଦିନ ପର୍ଯ୍ୟନ୍ତ ବର୍ଷାଙ୍କ ଅନ୍ତରୀଣ ସୁରକ୍ଷାକୁ କୋର୍ଟ ବଳବତ୍ତର ରଖିଛନ୍ତି ।
ସୂଚନାଯୋଗ୍ୟ, ବର୍ଷାଙ୍କ ନାଁରେ ଜାତିଆଣ ଆକ୍ଷେପ ନେଇ ଦିଲ୍ଲୀରେ ମାମଲା ହୋଇଛି । ସ୍ୱାମୀ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କ ପ୍ରତି ବର୍ଷା ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି । ୨ଥର ନୋଟିସ ସତ୍ୱେ ବର୍ଷା ଦିଲ୍ଲୀ ପୁଲିସ ସମ୍ମୁଖରେ ହାଜର ହେବା ପରିବର୍ତ୍ତେ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।