ବାରବାଟୀ ମ୍ୟାଚ୍ ବାତିଲ ମାମଲା ଖାରଜ

କଟକ,ଏନ୍‌ଏନ୍‌ଏସ୍‌: ବାରବାଟୀରେ ହେବାକୁ ଥିବା ଟି-ଟ୍ୱୋଣ୍ଟି କ୍ରିକେଟ ମ୍ୟାଚ ବାତିଲ ସମ୍ପର୍କିତ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଭର୍ଚ୍ଚୁଆଲରେ ଏଜି ଉପସ୍ଥିତ ରହି କୋର୍ଟଙ୍କୁ ଆଶ୍ୱାସନା ଦେବା ପରେ କୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ମ୍ୟାଚ୍ ଆୟୋଜନ କରାଯିବ ବୋଲି ଏଜି କହିଛନ୍ତି ।
ସୂଚନାଯୋଗ୍ୟ, ବାରବାଟୀ ମ୍ୟାଚ୍ ବାତିଲ କରିବା ପାଇଁ ଢେଙ୍କାନାଳ ଭୁବନ ଅଞ୍ଚଳର ଜନୈକ ସଞ୍ଜୟ ନାୟକ ଆବେଦନ କରିଥିଲେ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ମ୍ୟାଚ୍ ବାତିଲ କରିବାକୁ କହିଥିଲେ ।