ପୋଷ୍ଟ ଅଫିସରେ ମିଳିବ ବ୍ୟାଙ୍କସେବା

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲାଗୁ ହୋଇଛି ଲକଡାଉନ୍। ଏପରି ସ୍ଥିତିରେ ଓଡ଼ିଶା ପୋଷ୍ଟାଲ ସର୍କଲ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ପୋଷ୍ଟ ଅଫିସରୁ ଟଙ୍କା ଉଠାଣ କରିବା ପାଇଁ ବ୍ୟବସ୍ଥା ହୋଇଛି। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଓଡ଼ିଶା ସର୍କଲର ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ସୁବାସ ଚନ୍ଦ୍ର ବର୍ମା। ଶ୍ରୀ ବର୍ମା କହିଛନ୍ତି ଯେ, ଅଧାରଲିଙ୍କ୍ ଥିବା ସବୁ ବ୍ୟାଙ୍କ ଆକାଣ୍ଟଧାରୀ ଟଙ୍କା ଉଠାଇ ପାରିବେ। ତେବେ ଗତ ସପ୍ତାହରେ ୭ହଜାରରୁ ଅଧିକ ଟ୍ରାନ୍ସାଜସନରେ ଲୋକେ ୨.୪୫କୋଟି ଟଙ୍କା ପୋଷ୍ଟାଲ ଏଟିଏମରୁ ଉଠାଇଛନ୍ତି। ସେହିଭଳି ଆଧାର ଏନେବଲ୍ଡ ପେମେଣ୍ଟ ସିଷ୍ଟମ ମାଧ୍ୟମରେ ପ୍ରାୟ ୫ହଜାର ଆକାଉଣ୍ଟରୁ ୩.୪୫କୋଟି ଟଙ୍କାର ଉଠାଣ ହୋଇଥିଲା। ଟଙ୍କା ଉଠାଣ ସେବା ସହ ଗରିବ ଲୋକଙ୍କୁ ମନି ଅର୍ଡର, ମାସ୍କ, ଗ୍ଲୋଭସ, ସାନିଟାଇଜର ଭଳି ପିପିଇ ଡେଲିଭରୀ କରିବା ସହ ଖାଦ୍ୟ ପହଞ୍ଚାଇବା ଭଳି ଦାୟିତ୍ୱ ବହନ କରିଛି। ସାଧାରଣ ଲୋକଙ୍କୁ ଯେଭଳି କିଛି ଅସୁବିଧା ନହୁଏ ସେଥିଲାଗି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ପୋଷ୍ଟ ଅଫିସ ଅଧିକାରୀଙ୍କ ସହ ଆଲୋଚନାକରି ଏହି ସମସ୍ତ ସୁବିଧା ଉପଲବ୍ଧ କରିବା ପାଇଁ ପରାମର୍ଶ ଦେଉଛନ୍ତି।