ହାଇକୋର୍ଟ ମୁହାଁ ବାବୁସାନ

କଟକ,ଏନ୍‌ଏନ୍‌ଏସ୍‌: ଓଡ଼ିଆ ଅଭିନେତା ବାବୁସାନ ମହାନ୍ତି ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାରେ ବାବୁସାନ ଅଭିଯୁକ୍ତ ଅଛନ୍ତି । ବାବୁସାନଙ୍କ ନାଁରେ ଦଫା ୪୯୮(କ) ଓ ୫୦୬ରେ ମାମଲା ରୁଜୁ ହୋଇଛି । ପୁଲିସ ଜେରା ସମୟରେ ଅଡ଼ୁଆକୁ ଦୃଷ୍ଟିରେ ରଖି ବାବୁସାନ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି ।