ରାଜଧାନୀରେ ସ୍ୟୁଗିବୟକୁ ମାଡ଼

ଚନ୍ଦ୍ରଶେଖରପୁର,୨୬ା୮/ଏନ୍ଏନ୍ଏସ୍: କିଟ୍ ଛକରେ ଜଣେ ସ୍ୟୁଗି ଡେଲିଭରି ବୟକୁ ଜଣେ କାର ଚାଳକ ପ୍ରବଳ ମାଡ଼ ମାରିଛନ୍ତି । ଏହାକୁ ଉକ୍ତ ରାସ୍ତା ଧେଇ ଯାଉଥିବା ଅନ୍ୟ ଏକ ସ୍ୟୁଗିବୟ ଅରୁଣ କୁମାର ରଥ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରି କାର୍ ଚାଳକ ଜଣକ ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଥିଲେ । ଏ ନେଇ ଇନଫୋସିଟି ଥାନାରେ ଏତଲା ହୋଇଛି ।
ସୂଚନା ଅନୁଯାୟୀ, କାର୍ ଚାଳକ ହଠାତ୍ କାର ଭିତରୁ ବାହାରିବା ବେଳେ ସେହି ବାଟ ଦେଇ ଯାଉଥିବା ଜଣେ ସ୍ୟୁଗି ବୟଙ୍କ ବାଇକଟି କାର୍ ଡୋରରେ ପିଟି ହୋଇଯାଇଥିଲା । ଏଥିରେ ଉତ୍ତକ୍ଷୀପ୍ତ ହୋଇ କାର ଚାଳକ ଉକ୍ତ ସ୍ୟୁଗି ବୟକୁ ନିସ୍ତୁକ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ସେହିବାଟ ଦେଇ ଯାଉଥିବା ଆଉ ଜଣେ ସ୍ୟୁଗି ଡେଲିଭରି ବୟ ଅରୁଣ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାରି ମୁହଁ ଫଟାଇ ଦେଇଥିଲେ । ଘଟଣାସ୍ଥଳରେ ଭିଡ ଜମିଯିବାରୁ କାର୍ ଚାଳକ ସେଠାରୁ ଚମ୍ପଟ ମାରିଥିଲେ । ଏ ନେଇ ଅରୁଣ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।