ରାଜଧାନୀରେ ପୁଣି ଲୁଟ୍, ଏଟିଏମରୁ ନେଇଗଲେ ୨୮ ଲକ୍ଷ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ପୁଣି ଲୁଟ୍। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍‌ କଟର ସାହାଯ୍ୟରେ ଏଟିଏମ ମେସିନ୍ କାଟି ଏଟିଏମ୍ ତାଡି ନେଇଗଲେ ୨୮ ଲକ୍ଷ ଟଙ୍କା । ପଟିଆ ରୟାଲଟି ଛକ ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ଟଙ୍କା ଲୁଟି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଖବର ପାଇ ନନ୍ଦନକାନନ ଓ ଇନଫୋସିଟି ଥାନା ଦାୟିତ୍ୱରେ ଥିବା ଆଇଆଇସି ଓ ଭୁବନେଶ୍ବର ଜୋନ-୬ ଏସିପି ପ୍ରକାଶ ଚନ୍ଦ୍ର ପାଲ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ସେହିପରି ପୋଲିସ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରୁଛି।