କରୋନା ଆତଙ୍କ ପାଇଁ କୀର୍ତ୍ତିରାଜି ଉପରେ କଟକଣା ଲଗାଇଲା ଏଏସଆଇ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ଦେଶରେ କରୋନା ସ୍ଥିତି ଜଟିଳ ହୋଇପଡିଛି। ବଢୁଛି ସରକାରଙ୍କ ଚିନ୍ତା। ଏଏସଆଇ ଦ୍ୱାରା ପରିଚାଳିତ କୀର୍ତ୍ତିରାଜି, ସାଇଟ ଓ ମ୍ୟୁଜିଅମ ଆଜିଠୁ ମେ’ ୧୫ ଯାଏଁ ବନ୍ଦ ରହିବ।

କରୋନା ସଂକ୍ରମଣକୁ ଦୃଷ୍ଟିରୁ ରଖି କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ଏଏସଆଇ ଦ୍ୱାରା କୀର୍ତ୍ତିରାଜି ବନ୍ଦ ପାଇଁ ନିଷ୍ପତି ନିଆଯାଇଛି। ଏନେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ସୂଚନା ଦେଇଛନ୍ତି। ରାଜ୍ୟରେ ଏଏସଆଇ ନିୟନ୍ତ୍ରଣରେ ଥିବା କୋଣାର୍କ ମନ୍ଦିର, ଖଣ୍ଡଗିରି, ରାଜାରାଣୀ ମନ୍ଦିର ଆଦି କୀର୍ତ୍ତିରାଜି ମେ ୧୫ ଯାଏଁ ବନ୍ଦ ରହିବ।