ଜେଲ ଗଲେ ଆଶୀର୍ବାଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଭୁବନେଶ୍ୱର ସିବିଆଇ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଆଶୀର୍ବାଦ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦେଇଥିବା ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ତାଙ୍କସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ଜେଲ୍ ଯିବାକୁ ପଡିଛି। ଉଭୟେ ଝାରପଡା ଜେଲରେ ରହିବେ। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗୁରୁବାର ସକାଳେ ଗିରଫ କରିଥିଲା। ତାଙ୍କ ସହିତ ହୋଟେଲ ସୋଲାନ ଇନ୍ ର ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା।

ଗୁରୁବାର ଭୋରରୁ ସିବିଆଇର ଏକ ୧୨ ଜଣିଆ ଟିମ କଟକସ୍ଥିତ ଆଶୀର୍ବାଦ ବେହେରାଙ୍କ ଘରେ ଚଢ଼ଉ କରିଥିଲା। ଏହା ପରେ ଭୁବନେଶ୍ୱରରେ ଚଢ଼ଉ କରି କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରିଥିଲେ। ଉଭୟଙ୍କ ନାଁରେ ୱାରେଣ୍ଟ ଥିବା ସିବିଆଇ ପକ୍ଷରୁ କୁହାଯାଇଛି। ଏମାନେ ଅର୍ଥତତ୍ତ୍ୱ ଚିଟଫଣ୍ଡ ସହ ଜଡ଼ିତ ଥିବା ନେଇ ସିବିଆଇ ଚାର୍ଜସିଟ ଦାଖଲ କରିଥିଲା। ତେବେ ଓସିଏ ନିର୍ବାଚନ ପୂର୍ବରୁ ଆଶୀର୍ବାଦଙ୍କ ଗିରଫଦାରୀକୁ ନେଇ ତାଙ୍କ ସମର୍ଥନମାନେ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଗତ କିଛଦିନ ତଳେ ସିବିଆଇ ଏମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା।