ଏଥର ବି କହିଲେ ଅର୍ଚ୍ଚନା…

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଆଜି ଭୁବନେଶ୍ୱର କୋର୍ଟରେ ହାଜର ହୋଇଥିଲେ । ଏହି ସମୟରେ ଅର୍ଚ୍ଚନାଙ୍କ ଲାଗି କୋର୍ଟ ସମ୍ମୁଖରେ ଇଡି ୧୫ ଦିନିଆ ରିମାଣ୍ଡ ଦାବୀ କରିଥିଲା । କୋର୍ଟରେ ହାଜର ବେଳେ ଅର୍ଚ୍ଚନା ଏଥର ବି ମିଡିଆକୁ କିଛି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ।

ଅର୍ଚ୍ଚନା କହିଛନ୍ତି ଯେ, ମୋତେ ଆର୍ବିଟାରିଲି ଆରେଷ୍ଟ କରାଗଲା । ଏଥିସହିତ ମୋ ପରିବାରକୁ ନଜରବନ୍ଦୀ ରଖାଗଲା । ୬ଦିନ ପର୍ଯ୍ୟନ୍ତ ମୁଁ ଜାଣିପାରିଲିନି କ’ଣ ହେଉଛି । କୁଆଡ଼େ ଗଲେ ସୋ-କଲଡ ଭିକ୍ଟିମ । ଶ୍ରଦ୍ଧାଞ୍ଜଳି କୁଆଡ଼େ ଗଲା? କାହିଁକି ଆପଣମାନଙ୍କୁ ସାମ୍ନା କରୁନି । ମୁଁ ଅକ୍ଷୟ ପରିଜାଙ୍କଠାରୁ କୌଣସି ଟଙ୍କା ନେଇନି । ଘଟଣାର ସିବିଆଇ ତଦନ୍ତ ହେଉ ।