ଜେଲରୁ ବାହାରିବେ ଅର୍ଚ୍ଚନା

କଟକ,ଏନ୍‌ଏନ୍‌ଏସ୍‌: ବହୁଚର୍ଚ୍ଚିତ ହନିଟ୍ରାପ ମାମଲାରେ ଜେଲରେ ଥିବା ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଛି । ପୂର୍ବରୁ ୨ଟି ମାମଲାରେ ଜାମିନ ମିଳିଥିବାବେଳେ ଏବେ ଇଡି ମାମଲାରେ ଜାମିନ ମିଳିଥିବା ଜଣାପଡ଼ିଛି । ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି ।