ସାଂସଦଙ୍କ ପାଣ୍ଠିରେ ୧୦ଲକ୍ଷ ଟଙ୍କା ମଞ୍ଜୁରକଲେ ଅନୁଭବ

ଭୁବନେଶ୍ୱର୨୯ା୮: କେନ୍ଦ୍ରାପଡ଼ାର ଲୋକସଭା ସାଂସଦ ଅନୁଭବ ମହାନ୍ତି ସାଂସଦଙ୍କ ପାଣ୍ଠିକୁ ପ୍ରଥମଥର ୧୦ଲକ୍ଷ ଟଙ୍କା ଆସିଥିବା ସେ ନିଜେ ଟୁଇଟ୍ କରି କହିଛନ୍ତି।
ସେ ତାଙ୍କ ଟୁଇଟରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶର କଂସାରିପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାସ୍ତାର ଉନ୍ନତି ପାଇଁ ଏମ୍‌ପିଲାଡରୁ ୧୦ଲକ୍ଷ ଟଙ୍କା ମଞ୍ଜୁର କଲି, ଏ ନେଇ ମୁଁ ବହୁତ ଆନନ୍ଦିତ ଯେ ଏକ ବାସ୍ତବ କାମ ଓ ପ୍ରକଳ୍ପରୁ କାର୍ୟ୍ୟ ଆରମ୍ଭ କରିଛି। ଏହି କାର୍ୟ୍ୟ ଅତିଶୀଘ୍ର ଶେଷ ହେବ ବୋଲି ଆଶା କରୁଛି। ସହାୟତା ଲାଗି କେନ୍ଦ୍ରାପଡ଼ା ଜିଳ୍ଲାପାଳଙ୍କୁ ଧନ୍ୟବାଦ ଦେଇଥିଲେ।
ଏହି ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ବାଲି, ଗୋଡି ଓ ଚିପ୍‌ସ ଆଦି ପହଞ୍ଚିଥିବା ସାଂସଦ ଅନୁଭବ ମହାନ୍ତି ନିଜର ଟୁଇଟରରେ ସୂଚନା ଦେଇଛନ୍ତି। ସାଂସଦ ଅନୁଭବ ମହାନ୍ତି ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ୧୦ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିବା ଜଣାଯାଇଛି।