ଅନୁଭବ ମହାନ୍ତିଙ୍କ ଟ୍ୱିଟ୍‍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ରାତିରେ ପୁଲିସ କମିସନରଙ୍କୁ କରିଥିବା ଟ୍ୱିଟ୍‍ରେପୁରୀ ଥାନା ଆଇଆଇସି ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ସେହିପରି ଅନୁଭବ ମହାନ୍ତି ତାଙ୍କ ପଡ଼ୋଶୀ ମଞ୍ଜିତ ଦାସଙ୍କୁ ନେଇ ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ ନାମରେ ନିୟମିତ ଗୁରୁତର ଅଭିଯୋଗ ଥିବାବେଳେ ଏ ନେଇ ପୂର୍ବରୁ ଅନୁଭବ ପୂର୍ବରୁ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଏ ନେଇ ଅନୁଭବ  ମହାନ୍ତି ସହାୟତା ପାଇଁ କମିସନରଙ୍କୁ ଟ୍ୱିଟ୍‍ ଜରିଆରେ ଅନୁରୋଧ କରିଛନ୍ତି।

ଏ ନେଇ ଅନୁଭବ ଘଟଣାର ସାକ୍ଷୀ ଥିବା ଯୁବକଙ୍କ ଭିଡିଓ ପୋଷ୍ଟ କରିଛନ୍ତି। ସେହିପରି ଏହାର ପ୍ରତିକ୍ରିୟାରେ ସାଂସଦ ଅଭିଯୋଗ କଲେ ତଦନ୍ତ ହେବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।