ରାଜ୍ୟରେ ଆଉ ଜଣେ କୋଭିଡ ପଜିଟିଭ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ଜଣେ କୋଭିଡ-୧୯ ପଜିଟିଭ ମହିଳାଙ୍କ ମୃତ୍ୟୁ ହୋଇଛି। ତେବେ ମୃତ ମହିଳା ଜଣଙ୍କ ଭୁବନେଶ୍ୱରର ୩୮ ବର୍ଷ ବୟସର ହୋଇଥିବା ବେଳେ ଏହା କରୋନା ଜନିତ ମୃତ୍ୟୁ ନୁହେଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ମହିଳା ଜଣଙ୍କ ପୂର୍ବରୁ ସୋରିଆସିସ୍ ରୋଗରେ ପୀଡ଼ିତ ଥିଲେ। ତେବେ ମହିଳା ଜଣଙ୍କ ୩୮ ବର୍ଷ ବୟସର ହୋଇଥିବା ବେଳେ ମଲ୍ଟି ଅର୍ଗାନ ଫେଲ୍ ଓ ସେପ୍ଟିକ୍ ସକ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।

ଏ ନେଇ କୋଭିଡ ଜନିତ ମୃତ୍ୟୁ ତାଲିକାରେ ମୃତ୍ୟୁ ସଂଖ୍ୟା ୯ ରହିଥିବା ବେଳେ ଅନ୍ୟ କାରଣରୁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ତାଲିକାରେ ଏହାକୁ ସାମିଲ କରାଯାଇ ୩କୁ ବୃଦ୍ଧି ପାଇଛି।