କଟକ ସହରରୁ ପୁଣି ୯୧ କରୋନା ପଜିଟିଭ ଟିହ୍ନଟ

କଟକ,ଏନ୍ଏନ୍ଏସ୍: ଆଜି କଟକ ସହରର ବିଭିନ୍ନ ଅଞ୍ଚଳରୁ ୯୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭୯ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ସ୍ଥାନୀୟ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ ସର୍ବାଧିକ ୨୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୁଣା ରାଉସପାଟଣାରୁ ୧୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଥୋରିଆସାହିରୁ ୧୧ ଜଣ, ମଙ୍ଗଳବାଗ ଓ ଜୋବ୍ରାରୁ ୫ ଜଣ ଲେଖାଏଁ , ଖଟବିନ ସାହି କଣ୍ଟେନମେଣ୍ଟ ଜୋନ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରୁ ୩ଜଣ ଲେଖାଏଁ, ରାଣୀହାଟ ଓ ଖଟବିନ ସାହିରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛନ୍ତି।