ସୁସ୍ଥହେଲେ ଆଉ ୮୫୪୭ କରୋନା ଆକ୍ରାନ୍ତ, ପଢ଼ନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୫୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୭୩୬୮୦ରେ ପହଞ୍ଚିଛି।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୫୯୩, ସୁନ୍ଦରଗଡ଼ରୁ ୫୯୧, ସମ୍ବଲପୁରରୁ ୫୧୮, ବରଗଡ଼ରୁ ୪୬୩, ନୂଆପଡ଼ାରୁ ୪୧୧, ପୁରୀରୁ ୪୦୨, ଭଦ୍ରକରୁ ୩୫୦, ଅନୁଗୁଳରୁ ୩୪୨, ରାୟଗଡ଼ାରୁ ୩୩୭, ଝାରସୁଗୁଡାରୁ ୩୨୫, ବଲାଙ୍ଗିରରୁ ୩୦୫, ନବରଙ୍ଗପୁରରୁ ୨୬୪, ନୟାଗଡ଼ରୁ ୨୩୯, ଗଞ୍ଜାମରୁ ୨୩୬, କଳାହାଣ୍ଡିରୁ ୨୩୫, ମୟୂରଭଞ୍ଜରୁ ୧୯୦, ବାଲେଶ୍ୱରରୁ ୧୭୮, ସୋନପୁରରୁ ୧୭୩, ଜଗତସିଂହପୁରରୁ ୧୪୫, କେନ୍ଦ୍ରାପଡାରୁ ୧୩୩, ଗଜପତିରୁ ୧୨୩, କୋରାପୁଟରୁ ୧୦୯, ଯାଜପୁରରୁ ୧୦୫, କେନ୍ଦୁଝରରୁ ୧୦୩, ଢେଙ୍କାନାଳରୁ ୮୯, କନ୍ଧମାଳରୁ ୫୯, ଦେବଗଡ଼ରୁ ୫୫, ମାଲକାନଗିରିରୁ ୪୬, ବୌଦ୍ଧରୁ ୩୫, ଷ୍ଟେଟପୁଲରୁ ୨୫୫ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି।