ରାଜ୍ୟରେ ସୁସ୍ଥହେଲେ ଆଉ ୮୪୨୯ କରୋନା ସଂକ୍ରମିତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୪୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୪୭୮୦୫ ରେ ପହଞ୍ଚିଛି।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୬ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୭୪୧, ମୟୂରଭଞ୍ଜରୁ ୬୨୩, ଅନୁଗୁଳରୁ ୫୭୯, ପୁରୀରୁ ୫୨୮, ଯାଜପୁରରୁ ୩୯୩, କେନ୍ଦ୍ରାପଡ଼ାରୁ ୩୩୦, ବୌଦ୍ଧରୁ ୨୬୭, ବରଗଡ଼ରୁ ୨୬୪, ସମ୍ବଲପୁରରୁ ୨୫୩, ଢେଙ୍କାନାଳରୁ ୨୪୯, ନୟାଗଡ଼ରୁ ୨୪୩, ଜଗତସିଂହପୁରରୁ ୨୪୧, ବାଲେଶ୍ୱରରୁ ୨୧୩, କୋରାପୁଟରୁ ୨୧୨, ନବରଙ୍ଗପୁରରୁ ୨୧୦, କଳାହାଣ୍ଡିରୁ ୧୭୬, ସୁନ୍ଦରଗଡ଼ରୁ ୧୭୦, ଗଞ୍ଜାମରୁ ୧୬୮, ରାୟଗଡ଼ାରୁ ୧୫୧, କେନ୍ଦୁଝରରୁ ୧୫୦, ଝାରସୁଗୁଡାରୁ ୧୨୪, ମାଲକାନଗିରିରୁ ୧୧୮, ସୋନପୁରରୁ ୧୧୧, ବଲାଙ୍ଗିରରୁ ୧୦୧, କନ୍ଧମାଳରୁ ୯୮, ଭଦ୍ରକରୁ ୮୮, ଗଜପତିରୁ ୭୦, ଦେବଗଡ଼ରୁ ୫୧, ନୂଆପଡ଼ାରୁ ୪୫ ଏବଂ ଷ୍ଟେଟପୁଲରୁ ୨୩୬ ଜଣ ସୁସ୍ଥ ହୋଇଛନ୍ତି।